ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଏବିଭିପିର ବିରୋଧ

ଫୁଲବାଣୀ: ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍ କ୍ୟାବିନେଟରେ ମଞ୍ଜୁର ହୋଇଛି। ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିରୋଧ କରିଛି। ଆଜି ପରିଷଦର କନ୍ଧମାଳ ଶାଖା ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି।

ପରିଷଦର ଜିଲ୍ଲା ସଂଯୋଜକ ବିକାଶ ନାୟକଙ୍କ ଅଭିଯୋଗ ଯେ, ରାଜ୍ୟ ସରକାର ଏହି ବିଲ ଆଣି କୁଳପତିଙ୍କ କ୍ଷମତାକୁ ସଂକୁଚିତ କରିଛନ୍ତି। ଏଥି ସହ କୁଳପତିଙ୍କ ସମୟସୀମାକୁ ଏକ ବର୍ଷ ମଧ୍ୟ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତ କ୍ଷେପ ବୃଦ୍ଧି ପାଇବ ଯାହା ଶିକ୍ଷା ପରିବେଶ ପାଇଁ ଅନୁକୁଳ ନୁହେଁ। ତେଣୁ ସରକାର ତୁରନ୍ତ ଏହି ବିଲ୍‍ କୁ ପ୍ରତ୍ୟାହାର କରିବାକୁ ପରିଷଦ ଦାବି କରିଛି। ଜିଲା ସଂଯୋଜକଙ୍କ ନେତୃତ୍ୱରେ ଫୁଲବାଣୀ ନଗର ସଂପଦାକା ଦିବ୍ୟ ରଂଜନ ଡ଼ାକୁଆ, ପ୍ରୀତିଜିନା ସେଠୀ, ଶିବାନୀ ଦିଗାଲ, ଆଶିଷ୍‍ ବଗର୍ତ୍ତି, ରୁପାଲି ପ୍ରଧାନ, ରାଜା ସାହୁ, ରଜତ ମହାପାତ୍ର, ରୁପାଲି ନାୟକ, ରାଜନନ୍ଦିନି ନାୟକ ଓ ଅନ୍ୟ ଛାତ୍ର ନେତାମାନେ ସାମିଲ୍‍ ହୋଇଥିଲେ।

Comments are closed.