ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭବାନୀପାଟଣା ଠାରେ ରାସ୍ତାରୋକ

ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷାଙ୍କୁ ହତ୍ୟା ଘଟଣା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସବଡିଭିଜନ ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଅଛି । ଏହି ଘଟଣାରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସନସାଇନ୍ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବାର ଦାବୀ ନେଇ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଶାଖା ତରଫରୁ ସ୍ଥାନୀୟ ମାଣିକେଶ୍ୱରୀ ଛକ ନିକଟରେ ରାସ୍ତାରୋକ କରିଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ପ୍ରାନ୍ତ ଛାତ୍ରୀ ପ୍ରମୁଖ ସଂଗୀତା ପଣ୍ଡା, ବିଭାଗ ସଂଯୋଜକ ପୁରୁଷୋତ୍ତମ ବିଶି, ବିଶ୍ୱବିଦ୍ୟାଳୟ ଶାଖା ସଭାପତି ବିକାଶ ସାହୁ, ନଗର ସଂପାଦକ ଅଭିଶେକ ନାଏକ ନେଇଥିବା ଦେଖାଯାଇଥିଲା । ଆଗାମୀ ଦିନରେ ଯଦି ନିରପେକ୍ଷ ତଦନ୍ତ ନ ହୁଏ ତାହେଲେ ଅଖିଳ ଭାରତୀୟ ବିଦ୍ୟାଳର୍ଥୀ ପରିଷଦ ତରଫରୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ନୃପମଣୀ ବାହୁକ ଚେତାବନୀ ଦେଇଛନ୍ତି।

Comments are closed.