ରାଷ୍ଟ୍ରୀୟ ଶିକ୍ଷାନୀତିର କ୍ରିୟାନ୍ବୟନ ଓ ଆତ୍ମନିର୍ଭର ଶୀଳ ଓଡିଶା ଗଠନ ପାଇଁ ଦିଆଯାଉ ଗୁରୁତ୍ବ:ଏବିଭିପି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୪୫ ତମ ରାଜ୍ୟ ଅଧିବେଶନ ବ୍ରହ୍ମପୁର ସହର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ୩୦ଟି ଜିଲାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ରାଜ୍ୟର ଶିକ୍ଷା ସମସ୍ୟା ଓ ସାମାଜିକ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହମତି ଅନୁଯାଇ ୨ଟି ପ୍ରସ୍ତାବ ପାରିତ କରାଯାଇଛି। ଦୁଇ ଦିନିଆ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହରିହରା ହୋତା ଯୋଗଦେଇ ଅପସଂସ୍କୃତି କିପରି ସମାଜରୁ ଦୂରେଇ ହୋଇପାରିବ ସେଥିପାଇଁ ମତବ୍ୟକ୍ତ କରିଥିିଲେ। ଏହି ଅଧିବେଶନରେ ସମ୍ମାନୀୟ ଅତିଥୀ ଭାବରେ ବିନୀତା ଇନ୍ଦ୍ୱାର ଯୋଗଦେଇ ରାଜ୍ୟରେ ପଛୁଆ ଜିଲାର ଗରିବ ମହିଳାମାନେ କିପରି ଶୋଷଣର ଶିକାର ହେଉଛନ୍ତି ଦର୍ଶାଇ ଉଦବେଗ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସହ ସଂଗଠନ ସଂପାଦକ ଶ୍ରୀନିବାସଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲାର ୧୦ଲକ୍ଷ ଲୋକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ। ନୂତନ ଶିକ୍ଷା ନୀତିକୁ ସାରା ରାଜ୍ୟରେ କାର୍ଯ୍ୟକାରି କରାଇବା, ଦେଶ ବିରୋଧୀତତ୍ୱ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିିବା ସହ ଦେଶର ବିକାଶ ପାଇଁ ତତ୍ପର ହେବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ବିଶ୍ୱବିଦ୍ୟାଳୟଗୁଡିକର ସହାୟତାକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟମାନଙ୍କର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ୍‌ରେ ଆଣିଥିବା ସଂଶୋଧନ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ରାଷ୍ଟ୍ରୀୟ ଶିକ୍ଷାନୀତି ଶୈକ୍ଷିକ ଶିକ୍ଷାକୁ ଗୁରୁତ୍ୱ ଦେଇଥିବା ସମୟରେ ରାଜ୍ୟରେ ବିଏଡ୍ ମହାବିଦ୍ୟାଳୟଗୁଡିକ ବନ୍ଦ କରିବା ପାଇଁ ଶିକ୍ଷା ପ୍ରାପ୍ତି ନିମନ୍ତେ ରାଜ୍ୟ ସରକାର ଓଡିଶାର ବିଦ୍ୟାର୍ଥୀ ମାନଙ୍କୁ ପରୋକ୍ଷଭାବେ ଅନ୍ୟ ରାଜ୍ୟାମୁଖୀ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ,ଏଣୁ ସରକାର ଶୈକ୍ଷିକ ଶିକ୍ଷା ପ୍ରତି ଦ୍ୃଷ୍ଟି ଦେଇ ରାଜ୍ୟର ସମସ୍ତ ବିଏଡ୍ ମହାବିଦ୍ୟାଳୟ ଗୁଡିକ ପୁନର୍ବାର ଖୋଲିବାକୁ ଏବିଭିପି ଦାବି କରୁଛି। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ସୁବ୍ୟସ୍ଥିତ ପରୀକ୍ଷାଗାର ଏବଂ ଅତ୍ୟାଧୁନିକ ପାଠାଗାରର ବ୍ୟବସ୍ଥା କରାଯାଉ। ଓଡିଶାର ଛାତ୍ରଛାତ୍ରୀମାନଙ୍କୁ ଓଡିଶାରେ ଚାକିରୀ ନଦେଇ ବାହାର ରାଜ୍ୟରୁ ଆଣି ଓଡିଶାରେ ଚାକିରୀ ଦେବା ରାଜ୍ୟସରକାରଙ୍କର ଏହି ନିଷ୍ପତ୍ତିକୁ ଦୃଢଭାବେ ଏବିଭିପ ନିନ୍ଦା କରୁଛି।
ଶିମିଳିପାଳ ଜଙ୍ଗଲ ଦହନ ଅନ୍ୱେଷଣରୁ ସୃଷ୍ଟ ଯେ ଜୈବ ସମ୍ବଳ କେତେ ଅସୁରକ୍ଷିତ, ତାହା ଜଣାପଡିଗଲା। ଏହାର ସୁରକ୍ଷା ଓ ସୁବିନିଯୋଗ ପାଇଁ ପଦକ୍ଷେପ ନିଆଯାଉ। କୋଟିଆ ଭଳି ପ୍ରସଙ୍ଗ ରାଜ୍ୟର ସୀମା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ତେଣୁ ସୀମା ସୁରକ୍ଷା ଓ ରାଜ୍ୟର ୪୫ତମ ରାଜ୍ୟ ଅଧିବେଶନରେ ଆତ୍ମନିର୍ଭରଶୀଳ ଓଡିଶା ଗଠନ ଦିଗରେ ପ୍ରସ୍ଥାବ ପାରିତ ହୋଇଯାଇଛି। ଓଡିଶାରୁ ଆତ୍ମନିର୍ଭର ଓ ସମୃଦ୍ଧ କରିବା ପାଇଁ ତତ୍ପରତା ଦେଖାଇବା ସହ ରୋଜଗାରର ସୃଷ୍ଟି କରନ୍ତୁ ରାଜ୍ୟ ସରକାର। ନୟାଗଡ ଜିଲାର ପରୀ ଭଳି ୫ବର୍ଷ ଝିଅ ଟିର ହତ୍ୟା ଘଟଣା ଓଡିଶାରେ ନାରୀ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହି ଅଧିବେଶନରେ ବିଶେଷ କରି ନାରୀ ସୁରକ୍ଷାକୁ ସରକାର ଅଧିକ ଗୁତୁତ୍ୱ ଦିଅନ୍ତୁ ବୋଲି ୪୫ତମ ଅଧିବେଶନରେ ପ୍ରସ୍ଥାବ ପାରିତ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି. ରାଜ୍ୟ ସହ ସଂପାଦକ ସୁଧାଂଶୁ ସାହୁ, ଭୁବନେଶ୍ୱର ମହାନଗର ସହ ସଂପାଦକ ଅଭିଷେକ ପାଣି ଉପସ୍ଥିତ ଥିଲେ।

Comments are closed.