ଏଗ୍ରିଭିଜନ ଓଡିଶା ତରଫରୁ ବର୍ଦ୍ଧିତ ଫି ଓ ହଷ୍ଟେଲ ଫିକୁ ବିରୋଧକରି ଓୟୁଏଟି କୁଳପତିଙ୍କୁ ଦାବିପତ୍ର

ଭୁବନେଶ୍ବର: ଅଖିଳ ଭାରତୀୟ କୃଷିଛାତ୍ର ଆୟାମ ଏଗ୍ରିଭିଜନ ଓଡିଶା ତରଫରୁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବର୍ଦ୍ଧିତ ଫି ଓ ବିଦ୍ୟାର୍ଥୀମାନଙ୍କଠାରୁ କରୋନା ପୂର୍ବରୁ ନେଇଥିବା ହଷ୍ଟେଲ ଫିକୁ ବିରୋଧକରି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାବିପତ୍ର ଦିଆଯାଇଛି। ଛାତ୍ରଛାତ୍ରୀମାନେ କରୋନା ର୍ପୂବରୁ ହଷ୍ଟେଲ ଫି ଦେଇଥିଲେ, ମାତ୍ର କରୋନା ହେବା ପରେ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ସହ ସେଠାରେ କେହି ରହୁନଥିଲେ। ପୁଣି ବର୍ଦ୍ଧିତ ଫି ବିଦ୍ୟାର୍ଥୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଗ୍ରିଭିଜନ ଓଡିଶା ବିଶ୍ୱବିଦ୍ୟାଳୟ ଫ୍ରି ହ୍ରାସ କରିବା ସହ ଛାତ୍ର/ଛାତ୍ରି ମାନଙ୍କ ହଷ୍ଟେଲ ଫି ଫେରାଇବାକୁ ଦାବି କରିଛି। ଯଦି ଏବାବଦରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ଏଗ୍ରିଭିଜନ ରାଜ୍ୟ ସଂଯୋଜକ ଚଣ୍ଡିପ୍ରସାଦ ସୁଆର କହିଛନ୍ତି।

Comments are closed.