ଅବୁ ସାଲେମ୍‍ର ଜାମିନ ନାମଞ୍ଜୁର

0

ମୁମ୍ବଇ : ମୁମ୍ବଇ ସିରିଏଲ୍‍ ବିସ୍ଫୋରଣ (୧୯୯୩) ମାମଲାରେ ଦୋଷୀ ସାବ୍ୟସ୍ତ ଅବୁ ସାଲେମ୍‍ର ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ସାଲେମ୍‍ ବିବାହ ଉଦ୍ଦେଶ୍ୟରେ ୪୫ ଦିନର ପାରୋଲ ନିମନ୍ତେ ଅବେଦନ କରିଥିଲା। ପୂର୍ବରୁ ଟାଡା କୋର୍ଟ ଏବଂ ନାଭି ମୁମ୍ବଇ ପୁଲିସ କମିସନର ତା’ର ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏଣୁ ଜାମିନରେ ମୁକୁଳିବା ଆଶାରେ ସାଲେମ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। ୨୦୧୫ରେ ଲକ୍ଷ୍ନୌ କୋର୍ଟକୁ ଶୁଣାଣି ପାଇଁ ଟ୍ରେନ୍‍ରେ ନିଆଯିବା ବେଳେ ସେ ଜଣେ ମହିଳାଙ୍କୁ ଟେଲିଫୋନ୍‍ ମାଧ୍ୟମରେ ଗୁପ୍ତ ବିବାହ କରିଥିବା କୁହାଯାଉଛି। ଏହି ମହିଳାଙ୍କୁ ବିଧିବଦ୍ଧ ବିବାହ କରିବାକୁ ଥିବା ଦର୍ଶାଇ ସେ ବାରମ୍ବାର ଜାମିନ ଆବେଦନ କରୁଛି। ୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବଇଠାରେ କ୍ରମାଗତ ୧୨ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୭ ଜଣ ପ୍ରାଣ ହରାଇଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ। ବିସ୍ଫୋରଣକାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ସାଲେମ ଦୋଷୀ ସାବ୍ୟସ୍ତ ହୋଇଥିଲା।

Leave A Reply