ନିରୁଦ୍ଦିଷ୍ଟ ଅସହାୟ ମହିଳା ଉଦ୍ଧାର

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର କଜଳଖଣା ନିକଟରେ ଥିବା ଏକ କମ୍ପାନୀ ନିକଟରୁ ଜଣେ ଅସହାୟ ମହିଳାଙ୍କୁ ଚୌଦ୍ୱାର ପୁଲିସ୍ ଉଦ୍ଧାର କରିଛି । ରବିବାର ରାତିରେ ଜଣେ ଅଚିହ୍ନା ମହିଳା କମ୍ପାନୀ ସମ୍ମୁଖରେ ବସିଥିବା କମ୍ପାନୀର ପରିଚାଳକ ଅଭିଜିତ୍ ଓଝା ଦେଖିବାପରେ ଏସମ୍ପର୍କରେ ଥାନାକୁ ଜଣାଇଥିଲେ । ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶରେ ଥାନା କର୍ମଚାରୀ ମାନେ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା କରାଯିବାରେ ସେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ସାନଗାଁ ଗ୍ରାମର ନଦିୟା ମଳିକଙ୍କ ଝିଅ ଅନ୍ନପୁର୍ଣ୍ଣା ମଳିକ ଏବଂ ସେ ରାଗିକରି ଘରୁ ପଳାଇ ଆସିଥିବା ପ୍ରକାଶ କରିଥିଲେ । ସୁରକ୍ଷା ପାଇଁ ପୁଲିସ୍ ଉଦ୍ଧାର ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସ ଏବଂ ଅନ୍ୟ ସଦସ୍ୟଙ୍କ ମାଧ୍ୟମରେ ସେହି ମହିଳାଙ୍କୁ ଛତିଆସ୍ଥିତ ସେବକ ଆଶ୍ରମକୁ ପଠାଇବା ସହିତ ଏସଂପର୍କରେ ମହିଳାଙ୍କ ପରିବାରକୁ ଖବର ଦେଇଛନ୍ତି ।

Comments are closed.