ଧାରା ୩୭୦ ଉଚ୍ଛେଦ ଏକ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ – ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପାକିସ୍ତାନ ପଟୁ ଆତଙ୍କବାଦ ଓ ଦୀର୍ଘ ଦିନର ପରୋକ୍ଷ ଯୁଦ୍ଧର ଅବସାନ ପାଇଁ ନରେନ୍ଦ୍ର ମୋଦୀ ସରକାର ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଏକ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି। ହରିଆଣାର ମାନ୍‍ସେର୍‍ଠାରେ ଜାତୀୟ ନିରାପତ୍ତାରକ୍ଷୀ ଏନ୍‍.ଏସ୍‍.ଜି.ର ୩୫ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲାବେଳେ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ଆଦୌ ବରଦାସ୍ତ କରାଯିବ ନାହିଁ ନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ଏବଂ ଆତଙ୍କବାଦ ଦମନ କ୍ଷେତ୍ରରେ ଆମେ ନିଶ୍ଚିତ ବିଜୟୀ ହେବୁ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ଆଭ୍ୟନ୍ତରିଣ ନିରାପତ୍ତା ସୁନିଶ୍ଚିତ କରିବାରେ ଏନ୍‍.ଏସ୍‍.ଜି.ର ଭୂମିକାକୁ ପ୍ରଶଂସା କରି ଶାହା କହିଛନ୍ତି, କୌଣସି ପ୍ରକାର ଆତଙ୍କବାଦ ଆକ୍ରମଣକୁ ପ୍ରତିହତ କରିବା ଏବଂ ଦେଶର ଶାନ୍ତି ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ଏନ୍‍.ଏସ୍‍.ଜି.ର ଯଥେଷ୍ଟ କ୍ଷମତା ରହିଛି।

Comments are closed.