ଏବିପି-ସି ଭୋଟର ସର୍ଭେ: ୨୦୧୯ରେ ଏନଡିଏ ୨୩୩ ଆସନ ପାଇବ

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ପାଇବାରେ ସଫଳ ହେବ ନାହିଁ। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ୨୦୧୯ ନିର୍ବାଚନରେ ଏନଡିଏ ୨୩୩ ଆସନ ପାଇ ସଂଖ୍ୟା ଗରିଷ୍ଠତା ଠାରୁ ଦୂରରେ ରହିବ। ସଂଖ୍ୟା ଗରିଷ୍ଠତା ପାଇଁ ଏନଡିଏକୁ ୨୭୨ ଆସନ ଦରକାର। ସର୍ଭେରେ କୁହାଯାଇଛି ଯେ କଂଗ୍ରେସ ନେତୃତ୍ବ ୟୁପିଏ ଏହି ନିର୍ବାଚନରେ ୧୬୭ଟି ଆସନ ପାଇବ। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡିକ ୧୩୦ ଆସନ ପାଇ କିଙ୍ଗ ମେକର ଭୂମିକା ତୁଲାଇବେ। ତେବେ ଏନଡିଏ ନିର୍ବାଚନ ପୂର୍ବରୁ ମେଣ୍ଟକୁ ମଜବୁତ କରି ସଂଖ୍ୟା ଗରିଷ୍ଠତା ପାଇବାରେ ସଫଳ ହେବ। ଏନଡିଏକୁ ଯଦି ୱାଇଏସ୍ଆରସିପି, ବିଜେଡି, ଏମଏନଏଫ ଓ ଟିଆରଏସ୍୍‌ର ସମର୍ଥନ ପାଏ ତେବେ ଏହାର ସଂଖ୍ୟା ୨୭୮ରେ ପହଞ୍ଚିବ। ସେହିପରି ୟୁପିଏ ଯଦି ଏଆଇୟୁଡିଏଫ, ଏଲଡିଏଫ, ଟିଏମସି ଓ ମହାମେଣ୍ଟର ସମର୍ଥନ ପାଏ ତେବେ ଏହାର ସଂଖ୍ୟା ୨୫୭ରେ ପହଞ୍ଚିବ।

Leave A Reply