ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ଅକ୍ଟୋବର ୧୬ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ସେ ୭୫ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଟେଲିଫୋନ ଯୋଗେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୋଦୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ମୋଦୀ ଟ୍ୱିଟ ଯୋଗେ ଲେଖିଛନ୍ତି , ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କର ଦୀର୍ଘ ଓ ସୁସ୍ଥ୍‍ମୟ ଜୀବନ ପାଇଁ ପ୍ରାର୍ଥନା।
ଧର୍ମେନ୍ଦ ପ୍ରଧାନ ମଧ୍ୟ ଟ୍ୱିଟ ଯୋଗେ ଜଣାଇଛନ୍ତି, ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ। ଆପଣଙ୍କ ସୁସ୍ଥ ଓ ନିରାୟମ ଜୀବନ କାମନା କରୁଛି।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରୁ ନାହାନ୍ତି। ଫାଇଲିନ, ହୁଡ଼ହୁଡ଼ ଓ ଫଣୀ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରି ନଥିଲେ। ନବୀନଙ୍କ କୋମଳ ବ୍ୟକ୍ତିତ୍ୱ ପାଇଁ ସେ ପ୍ରତ୍ୟେକ ଜନ ସାଧାରଣଙ୍କ ହୃଦୟରେ ଭିନ୍ନ ସ୍ଥାନରେ ରହିଛନ୍ତି।

Comments are closed.