ଖରିଫ୍‍ ଧାନ ସଂଗ୍ରହ : ଉପକୃତ ହେଲେଣି ୪୦ ଲକ୍ଷ ୫୩ ହଜାର ଚାଷୀ

ନୂଆଦିଲ୍ଳୀ :  ଚଳିତ ଖରିଫ୍‍ ଋତୁରେ ୪୦ ଲକ୍ଷ ୫୩ ହଜାରରୁ ଅଧିକ ଧାନ ଚାଷୀ ଉପକୃତ ହୋଇଛନ୍ତି ବୋଲି ସରକାର କହିଛନ୍ତି। ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୭୦ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି। କୃଷି ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି।

ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ,ଚଣ୍ଡିଗଡ଼, ଜାମ୍ମୁ – କାଶ୍ମୀର, କେରଳ, ଗୁଜରାତ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ବିହାର ଆଦି ରାଜ୍ୟରୁ ଧାନ ସଂଗ୍ରହ କରାଯାଉଛି ।

Comments are closed.