ଦ୍ବିତୀୟ ଥର ଗୃହ କମିଟି ସମ୍ମୁଖରେ ହାଜର ହେଲେ ଅଭିଜିତ୍ ଆୟାର

0

ଭୁବନେଶ୍ୱର: ଶୁକ୍ରବାର ଅଭିଜିତ୍ ଆୟର ମିତ୍ର ଦ୍ବିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇଛନ୍ତି । ହେଲେ ନିର୍ଦ୍ଦେଶ ଅନୁଯାୟୀ ସେ ଆଜି ସତ୍ୟପାଠ ଦାଖଲ କରିପାରି ନାହଁନ୍ତି । ତେଣୁ ଆସନ୍ତା କାଲି ଅର୍ଥାତ୍ ଶନିବାର ଦିନ ତାଙ୍କୁ ଗୃହ କମିଟି ସମ୍ମୁଖରେ ହାଜର ହୋଇ ନିଜର ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ବିଧାୟକ ଓ ସଂସ୍କୃତି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ହରଡଗଣାରେ ପଡିଥିଲେ ଅଭିଜିତ୍ ଆୟର ମିତ୍ର । ଏନେଇ ସେ ପୂର୍ବରୁ ଗୃହ କମିଟିରେ ହାଜର ହୋଇ କ୍ଷମା ପ୍ରର୍ଥନା କରିଥିଲେ । ତାଙ୍କ ମନ୍ତବ୍ୟର ତଦନ୍ତ ନେଇ ଗୃହ କମିଟି ଗଠିତ ହୋଇଥିଲା । ଏଥିସହିତ ସହିଦ ନଗର ଓ କୋଣାର୍କ ଥାନରେ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଥିଲା । ଏବେ ତାଙ୍କୁ ଓଡିଶା ପୁଲିସ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ।

Leave A Reply