ଅନିଚ୍ଛୁକ ଅଭିଷେକ

0

ଜୁନିୟର ବଚ୍ଚନ ଅଭିଷେକ ଆଜିକାଲି ଆଗାମୀ ଚଳଚ୍ଚିତ୍ର ‘ମନମର୍ଜିୟାଁ’ର ପ୍ରଚାର କାମରେ ମନଧ୍ୟାନ ଦେଇ ଲାଗିଛନ୍ତି। ଅନୁରାଗ କଶ୍ୟପ ନିର୍ଦେଶିତ ଏଇ ଚଳଚ୍ଚିତ୍ରରେ ସେ କିମିଆ ଦେଖାଇବା ନିତାନ୍ତ ଜରୁରୀ। କାରଣ ତାଙ୍କ କ୍ୟାରିୟରର ଗତି ସମ୍ପର୍କରେ ସମସ୍ତେ ଭଲଭାବେ ଅବଗତ। କିଛିଦିନ ତଳେ ଏକ ସାକ୍ଷାତକାରରେ ଅଭିଷେକଙ୍କୁ ‘ଧୁମ୍-୪’ ସମ୍ପର୍କରେ ପଚରାଗଲା, ସେ ନିରବ ରହିଲେ। ଏହାର ପ୍ରତ୍ୟେକ ସିରିଜ୍ ସୁପରହିଟ୍ ହୋଇଛି। ‘ଧୁମ୍-୩’ ୩୦୦ କୋଟିର କ୍ଲବ୍‌ରେ ସାମିଲ ହୋଇଥିବାବେଳେ ଏହାର ସଫଳତାର ଶ୍ରେୟ କିନ୍ତୁ ଅମୀର ଖାନ୍‌ଙ୍କୁ ମିଳିଥିଲା। ୟଶରାଜ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ଚତୁର୍ଥ ଭାଗ କାମ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣାଯାଉଛି। ଏଥରକ ମୁଖ୍ୟ ଭୂମିକାରେ ଶାହରୁଖ, ସଲମାନ୍, ରଣବୀର କପୁର ଅବା ରଣବୀର ସିଂ ଅଭିନୟ କରିପାରନ୍ତି। ତେବେ ପ୍ରତ୍ୟେକ ଭାଗରେ ପୁଲିସ୍ ଭୂମିକାରେ ଅଭିନୟ କରୁଥିବା ଅଭିଷେକ ଏବେ ସେହି ଭୂମିକା ପାଇଁ ଆଗ୍ରହୀ ନୁହନ୍ତି।

Leave A Reply