୫୦୦ ଟଙ୍କିଆ ଜିନ୍ସକୁ ୫ହଜାର ଟଙ୍କାରେ ବିକୁଛି ସଲମନଙ୍କ ସଂସ୍ଥା ‘ବିଙ୍ଗ ହ୍ୟୁମାନ’: ଅଭିନବ କାଶ୍ୟପ

ଦବଙ୍ଗ ନିର୍ଦେଶକ ତଥା ଏକଦା ସଲମନ ଖାଁଙ୍କ ଘନିଷ୍ଠ କୁହାଯାଉଥିବା ଅଭିନବ କଶ୍ୟପ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ସଲମନଙ୍କ ପରିବାର ନିଶାଣ କରିଛନ୍ତି । ସଲମନଙ୍କ ପରିଚାଳିତ ‘ବିଙ୍ଗ ହ୍ୟୁମାନ’ ସଂସ୍ଥାକୁ ଏ କମନି ଲଣ୍ଡରିଂ ସଂସ୍ଥା ବୋଲି ଉଲ୍ଲେଖ କରି ୫୦୦ ଟଙ୍କିଆ ଜିନ୍ସକୁ ଏହି ସଂସ୍ଥା ୫ ହଜାର ଟଙ୍କାରେ ବିକୁଛି ବୋଲି ଅଭିଯୋଗ କରିଛନ୍ତି ।

ନିଜ ଫେସବୁକ୍ ୱାଲରେ ଅଭିନବ ସଲମନ ଖାଁ ଓ ତାଙ୍କ ବାପାଙ୍କୁ ନିଶାଣ କରିଛନ୍ତି । କହିଛନ୍ତି ଏହି ସଂସ୍ଥା ବିଙ୍ଗ ହ୍ୟୁମାନ ଏକ ଲୋକଦେଖାଣିଆ ଚାରିଟେବୁଲ ଟ୍ରଷ୍ଟ । କେବଳ ସଲମନ ଖାଁଙ୍କ ଗୁଣ୍ଡା ଛବିକୁ ସୁଧାରିବା ପାଇଁ ଏହି ସଂସ୍ଥା ପ୍ରତିଷ୍ଠା ହୋଇଛି । ସଲମନଙ୍କୁ ଦାନବୀର ବୋଲି ଛବି ଦେଖାଇବାକୁ ଚେଷ୍ଟା କରାଯାଇଛି । ପ୍ରଚାର ପାଇଁ ଏପରି କରାଯାଉଛି । ଏପରି କି ​‌ସେ ଗଣମାଧ୍ୟମ, ବିଚାରପତି ଓ ଲୋକଙ୍କ ଆଖିରେ ନିଜ ପୁଅର ଛବିକୁ ଓ ଅପରାଧିକ କାର୍ଯ୍ୟକଳାପକୁ ଛଡ଼ାଇବାକୁ ଉଦ୍ୟମ କରୁଛନ୍ତି । ତେଣୁ ବିଙ୍ଗ ହ୍ୟୁମାନ ସଂସ୍ଥା ସମ୍ପର୍କରେ ଅଧିକ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଦବଙ୍ଗ ସୁଟିଂ ସମୟରେ କିଛି ଗରିବଙ୍କୁ ସଲମନ ଖାଁ ସାଇକେଲ ବାଣ୍ଟିଥିଲେ । ମାତ୍ର ତା ପରଦିନ ଖବରକାଗଜରେ ସଲମାନ ୫୫୦ ସାଇକେଲା ବାଣ୍ଟିଥିବା ଖବର ପ୍ରକାଶିତ ହୋଇଥିଲା ବୋଲି ଅଭିନବ କହିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସଲମନ ଖାଁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି କଶ୍ୟପ । ତିନି ଖାଁଙ୍କ ପାଇଁ ତାଙ୍କ କ୍ୟାରିଅର ବରବାଦ ହୋଇଛି ବୋଲି ଅଭିନବ କହିଛନ୍ତି ।ଅନ୍ୟପଟେ ସଲମାନଙ୍କ ପରିବାର ଲୋକେ ଅଭିନବଙ୍କ ନାମରେ ଆଇନଗତ ଲଢ଼େଇ କରିବେ ବୋଲି କହିସାରିଲେଣି। ସଲମନ ଖାଁଙ୍କ ବାପା ସଲିମ୍ ଖାଁ ଅଭିନବ ତାଙ୍କ ପରିବାର ଓ ତାଙ୍କର ପୂର୍ବ ପିଢ଼ି ବିରୋଧରେ ଅଭିଯୋଗ କରି ଅକ୍ଷମଣୀୟ ଅପରାଧ କରିଛନ୍ତି ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ସଲମନ ଖାଁ ଓ ତାଙ୍କ ପରିବାର ସହ ବିବାଦକୁ ଶେଷ କରିବାକୁ ଅଭିନବ କଶ୍ୟପଙ୍କୁ ଅନୁରୋଧ କରିଛି ବିଭିନ୍ନ ଫିଲ୍ମ ସଙ୍ଗଠନ । ପଶ୍ଚିମ ଭାରତ ସିନେ ଏମ୍ପ୍ଲଇଜ୍ ସମ୍ପାଦକ ଅଶୋକ ଦୁବେ ଏ ସମ୍ପର୍କରେ ଆଉ ଆଗକୁ ନ ବଢ଼ିବା ପାଇଁ ଅଭିନବଙ୍କୁ ଅନୁରୋଧ କରିଛି ।

Comments are closed.