ବାଲାକୋଟ ବିମାନ ଆକ୍ରମଣର ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପଦୋନ୍ନତି ମିଳିଛି। ଅଭିନନ୍ଦନଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ୍ କମାଣ୍ଡର ପଦକୁ ପଦୋନ୍ନତି ମିଳିଛି। ୨୦୧୯ ଫେବୃଆରୀରେ ପାକିସ୍ତାନ ବାଲାକୋଟ ଉପରେ ଭାରତ ବାୟୁସେନା ଆକ୍ରମଣ କରି ଅନେକ ଆତଙ୍କବାଦୀ ଶିବିର ଧ୍ବଂସ କରିଥିଲା। ଅଭିନନ୍ଦନ ଏହି ଆକ୍ରମଣରେ ମିଗ୍-୨୧ ଯୁଦ୍ଧବିମାନ ଉଡାଣ କରିଥିଲେ। ତେବେ ପାକିସ୍ତାନର ଯୁଦ୍ଧବିମାନ ଏଫ୍-୧୬ର ଆକ୍ରମଣରେ ମିଗ୍-୨୧ ଧ୍ବଂସ ହୋଇ ପାକିସ୍ତାନ ସୀମାରେ ଖସି ପଡିଥିଲା। ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା। ଅଭିନନ୍ଦନଙ୍କ ସାହସିକତା ପାଇଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ମିଳିଥିଲା।

Comments are closed.