ଗିରଫ ହୋଇପାରନ୍ତି ଅଭିଜିତ ଆୟାର ମିତ୍ର !

0

ପୁରୀ : କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ  ଦେଇ ବିବାଦରେ ଫସିଥିବା ଅଭିଜିତ ଆୟାର ମିତ୍ର ଗିରଫ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କୁ ଗିରଫ କରିବା ପାଇଁ ଜେଲ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ୩ ସେକ୍ସନ ପୁଲିସ ଫୋର୍ସ ଦେବାକୁ ଜେଲ ବିଭାଗ, ଡିଜିପିଙ୍କୁ ଚିଠି ଲେଖିଛି।

ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଅଭିଜିତ କୋଣାର୍କ ଥାନାରେ ଆତ୍ମ ସମର୍ପଣ କରି ନ ଥିବା ଜଣାପଡିଛି । ତେବେ କୋଣାର୍କ ଥାନା ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ବେଶ ଜନ ଗହଳି ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଦିଲ୍ଲୀରେ ଅଭିଜିତ ରହୁଥିବା ସଫଦରଜଙ୍ଗ ଏନକ୍ଲେଭରେ ମଧ୍ୟ ପୁଲିସ ବେଶ ସକ୍ରିୟ ଥିବା ଜଣାପଡିଛି।

ଅନ୍ୟପକ୍ଷରେ ପୁରୀ ଏସପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ଶନିବାର ଦିନ ଅଭିଜିତ କୋଣାର୍କ ଥାନାରେ ଆତ୍ମ ସମର୍ପଣ କରିପାରନ୍ତି । ଓଡ଼ିଶାକୁ ସଂ​ଯ‌ୋଗ କରୁଥିବା କଲକାତା, ବିଶାଖାପାଟଣା, ରାୟପୁର ରାସ୍ତାରେ  ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ରାସ୍ତା ଦେଇ ସେ ଓଡ଼ିଶା ଆସିବା ଅନୁମାନ କରାଯାଉଛି ବୋଲି ପୁଳିସ ସୂତ୍ରରୁ ପ୍ରକାଶ। ତେବେ ଶୁକ୍ରବାର ରାତି ୧୨ଟା ସୁଦ୍ଧା ସେ କୋଣାର୍କ ଥାନାରେ ଆତ୍ମ ସମର୍ପଣ କରି ନଥିବାରୁ ଶନିବାର ସେ ଦିଲ୍ଲୀର ସାକେତ କୋର୍ଟରେ ଆତ୍ମ ସମର୍ପଣ କରିପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଅଭିଜିତ୍ ଆୟର ମିତ୍ର କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ରାଜ୍ୟର ବିଧାୟକମାନଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ ।

Leave A Reply