ହାଇକୋର୍ଟରେ ଜାମିନ ଆବେଦନ କଲେ ଅଭିଜିତ ଆୟାର

0

କଟକ :  ଓଡ଼ିଶାର ଶ୍ରୀମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସାମ୍ବାଦିକ ଅଭିଜିତ୍‍ ଆୟାର ମିତ୍ର ଗିରଫ ହୋଇ ଜେଲରେ ଥିବାବେଳେ ନିୟମିତ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦୁଇଟି ମାମଲାରେ ସେ ଜାମିନ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ ସହିଦ ନଗର ଥାନା ପୁଲିସ ଅଭିଯୁକ୍ତ ଅଭିଜିତକୁ ଅକ୍ଟୋବର ୨୩ତାରିଖରେ ଗିରଫ କରିବା ପରେ ଏସଡିଜେଏମ କୋର୍ଟରେ ହାଜର କରିଥିଲା। କୋର୍ଟ ଜାମିନ ଆବେଦନକୁ ଖାରଜ କରି ଜେଲକୁ ପଠାଇଦେଇଥିଲେ। ବିଧାନସଭା ଗୃହ କମିଟିରେ ହାଜର ହୋଇ ଅଭିଜିତ ପଦାକୁ ଆସିଥିବାବେଳେ ପୁଲିସ ଆଇପିସି ୨୯୪, ୨୯୫-ଏ, ୧୫୩-ଏ, ୫୦୦,୫୦୬ ଓ ସୂଚନା, ପ୍ରଯ୍ୟୁକ୍ତି ଧାରା ୬୭ ଅନୁସାରେ ଗିରଫ କରିଥିଲା। ସହିଦ ନଗର ପୁଲିସ ସେପ୍ଟେମ୍ବର ୨୦ତାରିଖରେ ମାମଲା ରୁଜୁ କରିଥିବାବେଳେ ଆଉ ଏକ ମାମଲା କୋଣାର୍କ ଥାନା ପୁଲିସ ରୁଜୁ କରିଥିଲା। ଏହାପରେ କୋଣାର୍କ ପୁଲିସ ଜିମାରେ ନେଇ ଜେରା କରିବା ପରେ କୋର୍ଟରେ ହାଜର କରିଥିଲା। ଅକ୍ଟୋବର ୨୬ତାରିଖରେ କୋଣାର୍କ ଜେଏମଏଫସି କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଅନ୍ୟପକ୍ଷରେ ଗତ ୧୭ତାରିଖରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ବିଧାନସଭା ଗୃହ କମିଟି ଅଭିଜିତକୁ କ୍ଷମା ଦେଇସାରିଛି।

Leave A Reply