ଗୃହକମିଟି ବୈଠକକୁ ଆସିଲେନି ଅଭିଜିତ୍‍, ବଢ଼ିଲା ମିଆଦ

0

ଭୁବନେଶ୍ୱର : ଓଡ଼ିଶା ସଂସ୍କୃତି, ଐତିହ୍ୟ ଓ ଲୋକ ପ୍ରତିନିଧିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍‍ ଆୟର ମିତ୍ରଙ୍କୁ ଗୁରୁବାର ହାଜର ହେବା ପାଇଁ ଓଡ଼ିଶା ବିଧାନସଭା ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଗୃହ କମିଟି ନିକଟରେ ହାଜର ହୋଇନଥିବା ଜଣାପଡ଼ିଛି। ତେବେ ସେ କ୍ଷମା ପ୍ରାର୍ଥନା କରି ଲେଖିଥିବା ଚିଠି ଉପରେ ଗୃହ କମିଟି ସଦସ୍ୟ ତର୍ଜମା କରୁଛନ୍ତି।

ବୈଠକ ପରେ ସୂଚନା ଦେଇ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ଯେ ତିତଲି ଯୋଗୁଁ ଅଭିଜିତ୍‌ ଆସି ନ ଥାଇ ପାରନ୍ତି। ସେ ଗୃହ କମିଟି ନିକଟକୁ ଦୁଇଟି ଇମେଲ୍‌ ପଠାଇଛନ୍ତି। ସେଥି​‌ରେ ତାଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଆଉ ଥରେ ସୁଯୋଗ ଦିଆଯାଉଛି। ଆସନ୍ତା ୨୩ ତାରିଖରେ ହାଜର ହେବା ପାଇଁ ତାଙ୍କୁ ପୁଣି ନୋଟିସ ଜାରି ହୋଇଛି।

Leave A Reply