ଅଭିଜିତ ହାଜର ନ ହେଲେ ଖୋଜିବ ପୁଲିସ

0

ଭୁବନେଶ୍ୱର :  ଅଭିଜିତ ଆୟାର ମିତ୍ରଙ୍କ ହାଜର ନେଇ ଅନେକ ଗୁଜବ ଚାଲିଛି। ଶୁକ୍ରବାର ସୁଦ୍ଧା ଅଭିଜିତ୍‍ ଭୁବନେଶ୍ୱରେ ପହଞ୍ଚି ନଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଅଭିଜିତଙ୍କ ବିରୋଧରେ କେବଳ କୋଣାର୍କ ଥାନା ନୁହେଁ ସହିଦନଗର ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଏହାବ୍ୟତୀତ ପୁରୀ ସିଂହଦ୍ୱାର ଥାନା ଏବଂ ଭୁବନେଶ୍ୱର ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ମଧ୍ୟ ଏକ ଅଭିଯୋଗ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଧାନସଭା ଗୃହ କମିଟି ଅଭିଜିତ୍‍ଙ୍କୁ ଅକ୍ଟୋବର ୧୧ରେ ହାଜର ହେବା ନେଇ ନୋଟିସ୍‍ ଜାରି କରିଛି। ଏକାଧିକ ଅଭିଯୋଗ ହେବା ପରେ ଅଭିଜିତ୍‍ ସୁରକ୍ଷା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ତାଙ୍କ ଗିରଫଦାରୀକୁ ଆଉ ଏଡାଇ ଦିଆଯାଇ ନ ପାରେ। ଅଭିଜିତଙ୍କୁ ୫ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ମିଳିଥିବାରୁ ସେ କୋଣାର୍କ ଥାନାରେ ହାଜର ହେବାକୁ ଆସିଥାଇପାରନ୍ତି ବୋଲି ଶୁଣିବାକୁ ମିଳିବାରୁ ସେଠାରେ ଗଣମାଧ୍ୟମ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ସେ ଆସି ନ ଥିବା ଏବେ ସ୍ପଷ୍ଟ ହେବା ପରେ ତାଙ୍କ ହାଜରକୁ ନେଇ ବିଭିନ୍ନ ପ୍ରକାର ତର୍ଜମା ଆରମ୍ଭ ହୋଇଛି। ବିଧାନସଭା କମିଟି ନିକଟରେ ଅଭିଜିତ୍‍ ୧୧ ତାରିଖରେ ହାଜର ହେବା ନେଇ ଆଲୋଚନା ହେଉଛି। ଯଦି ଅଭିଜିତ ବିଧାନସଭା କମିଟି ନିକଟରେ ହାଜର ନ ହେଲେ ତେବେ ଓଡ଼ିଶା ପୁଲିସ ପୁନର୍ବାର ତାଙ୍କୁ ଗିରଫ କରିବାକୁ ଯିବ। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଅଭିଜିତ୍‍ ଯଦି ଭୁବନେଶ୍ୱରରେ ପହଞ୍ଚିବେ ତେବେ ଅଦାଲତ ନିର୍ଦେଶ ମୁତାବକ କମିସନରେଟ୍‍ ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିବ।

Leave A Reply