ଭାରତର ଅର୍ଥନୀତି ହେଉଛି ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଅର୍ଥନୀତି: ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ

ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ବିତ୍ତୀୟ ଅଭିବୃଦ୍ଧି ଆଶା

ଭାରତର ଅର୍ଥନୀତି ହେଉଛି ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଅର୍ଥନୀତି।  ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ବୁଧବାର ଭାରତର ଅର୍ଥନୀତି ଉପରେ ଦେଇଛନ୍ତି ଏପରି ମନ୍ତବ୍ୟ । ସେ କହିଛନ୍ତି ଯେ ଏହି ସମସ୍ୟାର ମୁକାବିଲା ପାଇଁ ସରକାରଙ୍କ ଆର୍ଥିକ ଉତ୍ସାହ ପର୍ୟ୍ୟାପ୍ତ ନୁହେଁ। ତଥାପି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ୬ ମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରରେ ଉନ୍ନତି ହେବା ସମ୍ଭାବନା ରହିଛି ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଭାଇରସ ମହାମାରୀ ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ମନ୍ଥର ହୋଇସାରିଛି। ପ୍ରକୃତ ଜିଡିପି ଅଭିବୃଦ୍ଧି ୨୦୧୭-୧୮ ରେ ୭ ପ୍ରତିଶତରୁ ୨୦୧୮-୧୯ ରେ ୬.୧ ପ୍ରତିଶତକୁ ଖସି ଆସିଛି। ଏହା ସହିତ ୨୦୧୯-୨୦ ରେ ଏହା ୪.୨ ପ୍ରତିଶତକୁ ହ୍ରାସ ପାଇଛି । ସେ ଆହୁରି କହିଛନ୍ତି, ବର୍ତ୍ତମାନ ଭାରତୀୟ ଅର୍ଥନୀତି ହେଉଛି ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଅର୍ଥନୀତି । ତେବେ ଆଗାମୀ ଦିନରେ ଦେଶର ଅର୍ଥନୀତିରେ ପୁନର୍ଜୀବନ ଦେଖାଯିବ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି । ୨୦୨୧ ମସିହାରେ ଆର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ (୨୦୧୯) ଅପେକ୍ଷା ଭଲ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Comments are closed.