ବିଶ୍ୱ ଆତଙ୍କବାଦୀ ତାଲିକାରେ ଅବଦୁଲ ରେହମାନ

0

ୱାଶିଂଟନ : ଲସ୍କର-ଇ-ତୋଇବା କମାଣ୍ଡର ଅବଦୁଲ ରେହମାନ ଅଲ ଦଖିଲକୁ ଆମେରିକା ଏହାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ଏହା ପୂର୍ବରୁ ରେହମାନ ଆମେରିକାର ସ୍ୱତନ୍ତ୍ର ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ)ରେ ସାମିଲ ହୋଇଥିଲା। ଆମେରିକା ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା ଦ୍ୱାରା ଆମେରିକାରେ ଥିବା ରେହମାନର ସମ୍ପସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ଆମେରିକାର କୌଣସି ନାଗରିକ ତା’ ସହିତ କୌଣସି ପ୍ରକାର କାରବାର କରିପାରିବେ ନାହିଁ। ରେହମାନ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ଲସ୍କର ସଂଗଠନର ଭାରତ ବିରୋଧୀ କାର୍ଯ୍ୟକଳାପ ବୁଝାସୁଝା କରୁଥିଲା। ୨୦୦୪ରେ ତାକୁ ଇରାକରୁ ବ୍ରିଟେନ ସେନା ଗିରଫ କରିଥିଲେ। ପରେ ତାକୁ ଆମେରିକା ହେଫାଜତକୁ ପଠାଯାଇଥିଲା। ୨୦୧୪ ପର୍ଯ୍ୟନ୍ତ ତାକୁ ଆଫଗାନିସ୍ତାନ ଓ ଇରାକରେ ଆମେରିକା ହେଫାଜତରେ ରଖାଯାଇଥିଲା। ପରେ ତାକୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା। ୨୦୧୪ରେ ପାକିସ୍ତାନକୁ ହସ୍ତାନ୍ତର ପରେ ରେହମାନ ପୁଣି ଲସ୍କର ସଂଗଠନ ପାଇଁ କାମ ଆରମ୍ଭ କରିଥିଲା। ୨୦୧୬ରେ ଜାମ୍ମୁ ଅଞ୍ଚଳ ପାଇଁ ଲସ୍କରର ଡିଭିଜନାଲ କମାଣ୍ଡର ଥିଲା।

Leave A Reply