ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡ ଝିଅର କୃତିତ୍ୱ

ଆଠଗଡ : ଏକ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡ ସହର ଅନ୍ତର୍ଗତ ଗଦାସାହିର ଜଣେ ଝିଅ ଭାଗନେଇ ଦ୍ୱିତୀୟ ରନର୍ସଅପ ଓ ସାଇନିଂ ଷ୍ଟାର ଆଖ୍ୟା ଅର୍ଜନ କରିଛନ୍ତି। ଗଦାସାହିର ସନ୍ତୋଷ କୁମାର ଦାସ ଓ ନିର୍ମଳା ଦାସଙ୍କ ଝିଅ ସଂଜୀବନୀ ଦାସ ନୂଆଦିଲ୍ଲୀର ଡାଇମଣ୍ଡ କୁଇନ ନାମକ ସଂସ୍ଥାଦ୍ୱାରା ଅନୁଷ୍ଠିତ ୨ୟ ସିଜିନରେ ଭର୍ଚୁଆଲି ଜୁମ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଓଡିଶା, ମହାରାଷ୍ଟ୍ର, କାଶ୍ମୀର, ପଶ୍ଚିମବଙ୍ଗ, ଆସାମ, ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟର ଶତାଧିକ ପ୍ରତିଯୋଗୀ ଏଥିରେ ଭାଗନେଇଥିଲେ। ଟିନ୍ସ, ମିଶ୍ ଓ ମିସେଶ୍ ଡାଇମଣ୍ଡ କୁଇନ ନାମକ ଏହି ପ୍ରତିଯୋଗିତା ଫେବୃଆରୀ ମାସରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ପରେ ମାର୍ଚ୍ଚ ୧୬ତାରିଖରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ +୩ ଶେଷ ବର୍ଷ ପଦାର୍ଥ ବିଜ୍ଞାନ ସମ୍ମାନରେ ଅଧ୍ୟୟନ ରତ ସଂଜୀବନୀ ସଫଳତା ହାସଲ କରିଥିଲେ। ପୂର୍ବରୁ ଫେବୃଆରୀ ୭ତାରିଖରେ ଅପେରା ମିଶ୍ ଓ ମିସେଶ୍ ଇଣ୍ଡିଆ ଅନ୍ଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେ ଫାଇନାଲରେ ପ୍ରବେଶ କରିଥିଲେ। ଭବିଷ୍ୟତରେ ଫେସନ ଓ ମଡେଲିଂରେ ଭବିଷ୍ୟତ କ୍ୟାରିୟର ଗଢିବା ପାଇଁ ସଂଜୀବନୀ ଆଶା ରଖିଥିବା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Comments are closed.