କାର୍ଗିଲରେ ସୁଟିଂ ସମୟରେ ଆଶିକୀ ଅଭିନେତା ରାହୁଲ ରୟଙ୍କ ବ୍ରେନ୍ ଷ୍ଟ୍ରୋକ୍

ମୁମ୍ବାଇ: ‘ଆଶିକୀ’ ଅଭିନେତା ରାହୁଲ ରୟ ଆଗାମୀ ଚଳଚ୍ଚିତ୍ର ଏଲଏସି: ଲାଇଭ୍ ଦି ବ୍ୟାଟ୍ କାର୍ଗିଲର ସୁଟିଂ ସମୟରେ ବ୍ରୋନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ଆଘାତlର ପୀଡିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କୁ ପ୍ରଥମେ ଶ୍ରୀନଗର ଏବଂ ପରେ ମୁମ୍ବାଇ ନିଆଯାଇଥିଲା। କାର୍ଗିଲରେ ଖରାପ ପାଗ ଯୋଗୁଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାଯାଇଛି।

ତାଙ୍କ ଭାଇ ରୋମର ସେନ୍ ଇଣ୍ଡିଆନ୍ ଏକ୍ସପ୍ରେସକୁ ଏହି ସୂଚନା ଦେଇ କହିଛନ୍ତି ଯେ ଅଭିନେତା ରାହୁଲ ରୟ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ସୂଚନାଯୋଗ୍ୟ, ୫୨ ବର୍ଷୀୟ ଅଭିନେତା ଗାଲବାନ୍ ଭ୍ୟାଲିରେ ଏକ ବାସ୍ତବିକ୍ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ମହେଶ ଭଟ୍ଟଙ୍କ ୧୯୯୦ ସୁପରହିଟ୍ ଆଶିକୀ ପାଇଁ ଜଣାଶୁଣା ରାହୁଲ ୨୦୦୬ରେ ବିଗ୍ ବସ୍ ର ପ୍ରଥମ ସିଜନ୍ ରେ ବିଜୟ ହୋଇଥିଲେ ।

 

 

Comments are closed.