ଆଳତୀ କରିବାର ବିଶେଷ ମହତ୍ତ୍ୱ

0

ମନ୍ଦିର ଓ ଗୃହରେ ପୂଜା କରିବା ପରେ ଆଳତୀ କରିବାର ବିଧି ରହିଛି। କର୍ପୁରରେ ଅଗ୍ନି ସଂଯୋଗ କରି ଭଗବାନଙ୍କ ସମ୍ମୁଖରେ ଏହାକୁ ବୁଲାଇ ଅର୍ପଣ କରାଯାଇଥାଏ। ଘିଅର ଦୀପ, ତେଲର ଦୀପରେ ମଧ୍ୟ ଏହି ଆଳତୀ କରାଯାଇଥାଏ। ଆଳତୀ କରିବାର କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହା ସହ ଆଳତୀ ସରିବା ପରେ ଆମେ ଏହା ଉପରେ କେତେ ଥର ହାତ ବୁଲାଇ ନିଜ ମସ୍ତକରେ ଲଗାଇବା ଉଚିତ, ଏହାର କ’ଣ ଶୁଭଫଳ ରହିଛି, ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ କ’ଣ ରହିଛି ଏହାର କାରଣ….
ଶାସ୍ତ୍ର ଅନୁଯାୟୀ, ଆଳତୀ କରୁଥିବା ବ୍ୟକ୍ତି ପରମାତ୍ମାଙ୍କ ନଜରରେ ଆସିଥାଏ। ଯଦି ପୂଜାର୍ଚ୍ଚନା କରିବା ସମୟରେ କିମ୍ବା ମନ୍ତ୍ର ଉଚ୍ଚାରଣ କରିବା ସମୟରେ କୌଣସି ଭୁଲ ହୋଇଯାଏ ତେବେ, ଆଳତୀ କରିବା ଦ୍ୱାରା ତାହାକୁ ଭଗବାନ କ୍ଷମା କରିଦେଇଥାଆନ୍ତି। ଆଳତୀ କରିବା ସମୟରେ ଓଁ ଆକୃତିରେ ସର୍ବଦା କରିବା ଉଚିତ। ଏହା ଦ୍ୱାରା ସମସ୍ତ ଦେବାଦେବୀ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୋଇଥାଏ।
ଦେବୀଦେବତାଙ୍କ ସମ୍ବନ୍ଧ ଯେଉଁ ସଂଖ୍ୟା ସହ ରହିଛି ସେତିକି ସଂଖ୍ୟାରେ ଆଳତୀ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେପରି ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧ ୧୨ ସଂଖ୍ୟା ସହ ରହିଛି, ତାଙ୍କ ନିକଟରେ ୧୨ ଥର ଆଳତୀ କରିବା ଉଚିତ।
ଭଗବାନ ସୂର୍ଯ୍ୟଙ୍କ ୭ଟି ଅଶ୍ୱ ଅନୁଯାୟୀ ତାଙ୍କର ୭ ସଂଖ୍ୟା ସହ ସମ୍ବନ୍ଧ ରହିଛି। ତେଣୁ ତାଙ୍କ ନିକଟରେ ୭ ଥର ଆଳତୀ କରିବା ଉଚିତ।
ମା’ ଦୁର୍ଗାଙ୍କର ନବମୀର ଖୁବ ମାନ୍ୟତା ରହିଛି। ତେଣୁ ତାଙ୍କ ନିକଟରେ ୯ ଥର ଆଳତୀ କରିବା ଉଚିତ।
ଆଳତୀ କରିବା ପରେ ଆମେ ଆଳତୀ ଉପରେ ହାତ ବୁଲାଇ ଏହାକୁ ନିଜ ମସ୍ତକରେ ଲଗାଇଲେ ପ୍ରଭୁଙ୍କ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଆଳତୀ ଉପରେ ସର୍ବଦା ୩, ୫ ଓ ୭ ଥର ହାତ ବୁଲାଇ ଏହାକୁ ମସ୍ତକରେ ଲଗାଇବା ଉଚିତ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Leave A Reply