‘ଆରୋଗ୍ୟ ସେତୁ’ ସଂକ୍ରମିତ ଲୋକଙ୍କୁ ଠାବ କରିବାରେ ବିଶ୍ୱର ସର୍ବବୃହତ୍‍ ଆପ୍‍ର ମାନ୍ୟତା ଲାଭ କରିଛି

୪୦ ଦିନ ମଧ୍ୟରେ ୧୧କୋଟି ୪୪ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଛି

ନୂଆଦିଲ୍ଳୀ : ଆରୋଗ୍ୟ ସେତୁ ଗତ ୪୦ ଦିନ ମଧ୍ୟରେ ୧୧କୋଟି ୪୪ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବା ପରେ ସଂକ୍ରମିତ ଲୋକଙ୍କୁ ଠାବ କରିବାରେ ଏହା ବିଶ୍ୱର ସର୍ବବୃହତ୍‍ ଆପ୍‍ ଭାବେ ସାବ୍ୟସ୍ତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଟ୍ୱିଟ୍‍ ଯୋଗେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସରକାର, ଶିଳ୍ପ ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟର ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।
ଡକ୍ଟର ହର୍ଷବର୍ଦ୍ଧ କହିଛନ୍ତି, ଏହି ଆପ୍‍ର ବ୍ୟବହାର ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଲୋକମାନେ ଏହାଦ୍ୱାରା ଲାଭବାନ ହେଉଛନ୍ତି ।
ସେ କହିଛନ୍ତି, ଉତ୍ତର ପ୍ରଦେଶର ଦୁଇ କୋଟି ଲୋକ ଏହି ଆପ୍‍କୁ ଡାଉନ୍‍ଲୋଡ୍‍ କରିଛନ୍ତି ଏବଂ ଏହା ମାଧ୍ୟମରେ କୋଭିଡ୍‍-୧୯ ସଂକ୍ରମିତ
୮୨ ଲୋକଙ୍କୁ ଠାବ କରାଯାଇ ପାରିଛି । ଦେଶର ୩ହଜାର କରୋନା ହଟ୍‍ସ୍ପଟ୍‍କୁ ଏହି ଆପ୍‍ ମାଧ୍ୟମରେ ଚିହ୍ନଟ କରାଯାଇ ପାରିଛି ବୋଲି ସ୍ୱାସ୍ଥ୍ୟ
ମନ୍ତ୍ରୀ କହିଛନ୍ତି ।

Comments are closed.