ଓଡିଶାର ପ୍ରଗତି ପଥରେ ଆରତୀ କାରଖାନାର ସହଭାଗିତା ଶୀର୍ଷକ ଅଲୋଚନାଚକ୍ର

ଗୁରୁଡିଝାଟିଆ : ଆରତୀ କାରଖାନା ପରିସରରେ “ଓଡିଶାର ବିକାଶ ସ୍ୱପ୍ନରେ ସହଭାଗୀତା” (ସେୟାରିଂ ଦ ଡ୍ରିମ୍ସ ଅଫ ଓଡିଶା)ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। କାରଖାନାର ସଭାପତି ଇଂ ଲାଲା ତରୁଣ ପ୍ରକାଶ ନାରାୟଣ କହିଥିଲେ, ଓଡିଶାର ବାଣିଜ୍ୟକ ପରମ୍ପରା ଓ ଶିଳ୍ପର ଅୟମାରମ୍ଭ ବେଶ ପ୍ରାଚୀନ। ଉତ୍କଳ ଗୌରବ ମଧୁସୂଦନ ଦାସ ଓଡିଶାରେ ଉତ୍କଳ ଟ୍ୟାନେରୀ ଜୋତା କାରଖାନାରୁ ଶିଳ୍ପର ଆରମ୍ଭ କରିଥିଲେ । ସେ ସର୍ବଦା ଓଡିଆଙ୍କ କାରିଗରୀ ବିଦ୍ୟାର ପଟ୍ଟୁତା ଉପରେ ଗୁରୁତ୍ୱ ଦେଇ ଗୁରବତ୍ତାକୁ ସର୍ବାଗ୍ରେ ରଖୁଥିଲେ। ସେହିଧାରାକୁ ବଜାୟ ରଖିବା ପାଇଁ ସ୍ୱାଧୀନତା ପରବର୍ତ୍ତି ସମୟରେ ଉତ୍କଳକେଶରୀ ହରେକୃଷ୍ଣ ମହତାବ, ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଜଗତୀକରଣ ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ବିଶ୍ୱ ଶିଳ୍ପ ଉଦ୍ୟୋଗୀଙ୍କ ସମ୍ମିନଳୀ କରାଇଥିଲେ । ଓଡିଶାର ବିପୁଳ ଖଣିଜ ସଂପଦ, ପ୍ରାକୃତିକ ଉତ୍ସ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଦେଖି ଶିଳ୍ପଗୁରୁମାନେ ଓଡିଶାରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେଇଥିଲେ ଯାହାଫଳରେ କି ଓଡିଶା ଏବେ ଶିଳ୍ପର କେନ୍ଦ୍ର ଭାବରେ ଉଭା ହୋଇଛି।ବାସ୍ତବରେ ସେୟାରିଂ ଦ ଡ୍ରିମ୍ସ ଅଫ୍ ଓଡିଶା ର ଲକ୍ଷ୍ୟକୁ ରାଜ୍ୟ ସରକାର ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ନାରାୟଣ କହିବା ସହିତ ଆରତୀ କାରଖାନା ଏହି ପ୍ରଗତି ସ୍ରୋତରେ ନିଜକୁ ସାମିଲ କରିପାରିଛି। ଆନ୍ତର୍ଜାତିକ ସ୍ତରର ଇତ୍ସାତ ଉତ୍ପାଦନ କରି ବିଦେଶରେ ରାଜ୍ୟର ଟେକ ରଖିବା ସହ ସରକାରଙ୍କୁ ପ୍ରତ୍ୟେକବର୍ଷ ୨ଶହ କୋଟିରୁ ଅଧିକ ରାଜସ୍ୱ ପ୍ରଦାନ କରୁଅଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ, ସାମାଜିକ ଓ ପାରିପାଶ୍ୱର୍ିକ ଉନ୍ନୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। କାରଖାନାର ଇତ୍ସାତ ବ୍ୟବସାୟ ମୁଖ୍ୟ ନରେଶ ବଂଶଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବରିଷ୍ଠ ଉପସଭାପତି ଏନ ଶ୍ରୀନିବାସନ, ଶ୍ରୀନିବାସ ନାୟକ, ଅମିତେଶ ସିହ୍ନା, ବଲଜିତ୍ ସିଂହ, ରମେଶ ତଲୱାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। କାରଖାନାର ମାନବସମ୍ବଳ ମୁଖ୍ୟ ସରୋଜ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପପ୍ରବନ୍ଧକ ପାରିପାଶ୍ୱର୍ିକ ଉନ୍ନୟନ ଓ ପ୍ରଶାସନ ଶରତ କୁମାର ନିଶାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.