ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମକର ସଂକ୍ରାନ୍ତି ଅବସରରେ ବୁଧବାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ଚଳଞ୍ଚଳ ହୋଇ ଉଠିଛି। ମଣିବାବାଙ୍କୁ ମକର ଚାଉଳ  ଲାଗି ହୋଇଛି। ଆଜି ଭୋର୍‍ରୁ ହଜାରହଜାର ଶ୍ରଦ୍ଧାଳୁ ଧାଡିରେ ଯାଇ ବାବାଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଛନ୍ତି। ଅନ୍ୟପଟେ ପୀଠର ଶହଶହ ବର୍ଷର ପରମ୍ପରା ଅନୁଯାଇ ବାବାଙ୍କ ନିକଟରେ ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଛି। ଅଗଣିତ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comments are closed.