ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ

ଆରଡ଼ି : ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆରଡ଼ି ଗାଁରେ। ସୂଚନା ଅନୁଯାୟୀ ଧୂଷୁରୀ ଥାନା ନିକଟ ଆରଡ଼ି ଗାଁରେ ଏକ ପୋଖରୀ ନିକଟରେ ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ବଲଟି ପୋଖରୀରେ ପଡି ଯାଇଥିଲା। ନାବାଳକ ଜଣକ ପୋଖରୀ ଭିତରୁ ବଲ କାଢ଼ିବା ସମୟରେ ବୁଡି ଯାଇଥିଲେ । ଏପରି ଘଟଣା ଦେଖି ପାଖରେ ଥିବା ସାଙ୍ଗମାନେ ପରିବାର ଲୋକଙ୍କୁ ଡାକ ପକାଇବା ସହ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ହେଲେ ନିଜ ସାଙ୍ଗକୁ ଉଦ୍ଧାର କରିପାରିନଥିଲେ। ଏପରି ଖବର ପାଇ ପରିବାର ଲୋକ ଓ ଗାଁ ଲୋକ ଘଟଣାସ୍ଥଳକୁ ଆସି ପୋଖରୀରୁ ନାବାଳକକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଅଭାବନୀୟ ଘଟଣାକୁ ନେଇ ସାରା ଆରଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Comments are closed.