MEllora 950×100

ଦିଲ୍ଲୀ ପୌର ନିଗମ ନିର୍ବାଚନରେ ୧୩୪ ଆସନ ସହ ଆପର ବିପୁଳ ବିଜୟ: ବିଜେପିକୁ ୧୦୪, କଂଗ୍ରେସକୁ ୯

ଡେସ୍କ: ଦିଲ୍ଲୀ ପୌର ନିଗମ ନିର୍ବାଚନରେ ଆମ୍‌‌ ଆଦମୀ ପାର୍ଟିର ଦମଦାର ବିଜୟ ଘଟିଛି। ଆଜି ଭୋଟ୍‌‌ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଆମ୍‌‌ ଆଦମୀ ପାର୍ଟି ୧୩୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ ଓ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି। ୩ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟ ହାସଲ କରିଛନ୍ତି। ଗତ ୪ ତାରିଖରେ ୨୫୦ଟି ୱାର୍ଡ ପାଇଁ ହୋଇଥିବା ନିର୍ବାଚନରେ ଆମ୍‌‌ ଆଦମୀ ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳିଛି।

ଏହି ନିର୍ବାଚନରେ ୨୫୦ଟି ୱାର୍ଡ ପାଇଁ ୧ ହଜାର ୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ୨୦୧୭ ଦିଲ୍ଲୀ ପୌର ନିଗମ ନିର୍ବାଚନରେ ଆମ୍‌‌ ଆଦମୀ ପାର୍ଟି ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୮୧ ଓ କଂଗ୍ରେସ ୨୭ଟି ଆସନରେ ବିଜୟୀ ହୋଇଥିଲା।

Comments are closed.