କୃଷି ବିଲ୍‍କୁ ଆପର ବିରୋଧ

ବଲାଙ୍ଗିର: ରାଜ୍ୟସଭାରେ ଗତ କିଛି ଦିନ ତଳେ ପାରିତ ହୋଇଥିବା ନୂତନ କୃଷି ବିଲକୁ ବିରୋଧ କରିଛି ଆମ ଆଦମୀ ପାର୍ଟି। ଏହାକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲା ସଂଯୋଜକ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ବିଲ ଲାଗୁ ହେଲେ ଚାଷୀମାନଙ୍କ ସୁବିଧା ହେବା ବଦଳରେ ସମସ୍ୟା ଆହୁରି ବଢିବ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏହି ବିଲକୁ ସଂପୂର୍ଣ୍ଣ ଭାବେ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.