ଆଇଏଏସ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଆସିଥିଲେ : ତୃତୀୟ ଥର ପାଇଁ ହେଲେ ଆପ୍ ବିଧାୟକ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗତକାଲି ଆମ୍ ଆଦମୀ ପାର୍ଟି(ଆପ୍) ତୃତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛି। ଦଳ ୭୦ଟି ବିଧାନସଭା ଆସନରୁ ୬୨ଟିରେ ବିଜୟୀ ହୋଇଛି। ସେହିଭଳି ଭାରତୀୟ ଜନତା ପାର୍ଟି(ବଜେପି) ମାତ୍ର ୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ୍ ଖାତା ଖୋଲିବାରେ ଅସମର୍ଥ ହୋଇଛି। ତେବେ ଆମ୍ ଆଦମୀ ପାର୍ଟି(ଆପ୍) ତଥା କେଜରିୱାଲଙ୍କ ଦଳରେ ଏଭଳି ଜଣେ ନେତା ବା ବିଧାୟକ ଅଛନ୍ତି ଯିଏକି ଉତ୍ତରପ୍ରଦେଶର ବାସିନ୍ଦା। ଉତ୍ତରପ୍ରଦେଶର ସନ୍ତକବିର ନଗର ଜିଲାର ବାସିନ୍ଦା ଅଖିଳେଶ ପତି ତ୍ରିପାଠୀ ଲଗାତର ତୃତୀୟ ଥର ପାଇଁ ବିଜୟ ହାସଲ କରିଛନ୍ତି। ସେ ୨୦୧୩, ୨୦୧୫ ଓ ୨୦୨୦ରେ ଆପ୍ ପକ୍ଷରୁ ନିର୍ବାଚନ ଲଢିଥିଲେ ଏବଂ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲେ।
ସବୁଠାରୁ ଖାସ୍ କଥା ହେଉଛି ଅଖିଳେଶ ଏକଦା ୟୁପିରୁ ଆଇଏଏସର ପ୍ରସ୍ତୁତି ପାଇଁ ଦିଲ୍ଲୀ ଆସିଥିଲେ। ମାତ୍ର ସେ ପରେ ଆମ୍ ଆଦମୀ ପାର୍ଟି(ଆପ୍)ରେ ଯୋଗଦେଇଥିଲେ। ସେ ଦିଲ୍ଲୀର ମଡେଲ ଟାଉନ ଆସନରୁ ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ନିର୍ବାଚନ ଲଢିଥିଲେ। ସେ ଚଳିତ ବର୍ଷକୁ ମିସାଇ ତୃତୀୟ ଥର ପାଇଁ ଦଳର ବିଧାୟକ ହୋଇଛନ୍ତି। ଅଖିଳେଶ ତାଙ୍କ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି(ବିଜେପି)ର କପିଳ ମିଶ୍ରାଙ୍କୁ ୧୨ହଜାରରୁ ଉଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ। ଏନେଇ ୟୁପିରେ ଉତ୍ସାହର ଲହରୀ ଖେଳିଯାଇଛି। ଅଖିଳେଶଙ୍କ ବିଜୟ ପରେ ଉତ୍ତରପ୍ରଦେଶର ସନ୍ତକବିର ନଗର ଜିଲାର ବାସିନ୍ଦା ଧୂମଧାମରେ ବାଣ ଫୁଟାଇ ସ୍ବାଗତ କରିଛନ୍ତି। ଅଖିଳେଶଙ୍କ ପାଇଁ ତାଙ୍କ ପିତା ଗର୍ବ ଅନୁଭବ କରୁଥିବା କହିଛନ୍ତି।

Comments are closed.