ଆମ୍ ଆଦମୀ ପାର୍ଟିର ବୈଠକ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ରାଇଡିହା ହାଟ ପଡ଼ିଆଠାରେ ଆମ୍ ଆଦମୀ ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାହାରପଡା ଆମ୍ ଆଦମୀ ପାର୍ଟିର ବ୍ଲକ ସଭାପତି ଯୁଗଳ କିଶୋର ବାସ୍କେଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପାର୍ଟିର ଜିଲ୍ଲା ସଭାପତି ମେଘନାଦ ମାଝୀ ଯୋଗ ଦେଇ ଆଗାମୀ ଦିନରେ ପାର୍ଟିର କାର୍ୟ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ଏହା ସହ ପାର୍ଟି କିପରି ତୃଣମୂଳ ସ୍ତରରେ କାର୍ୟ୍ୟ କରିବ ସେ ସମ୍ପର୍କରେ ଉପସ୍ଥିତି କର୍ମୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ପାଟଣା ବ୍ଲକ ସଭାପତି ଶଶାଙ୍କ ଶେଖର ସାହୁ ଯୋଗ ଦେଇ ପାର୍ଟିର ଉନ୍ନୟନମୂଳକ କାର୍ୟ୍ୟ ସଂପର୍କରେ ବୁଝାଇଥିଲେ । ଶେଷରେ ୩୦ ନମ୍ବର ଜୋନ ସଭାପତି ଭାବେ ରବିନ୍ଦ୍ର କୁମାର ସୋରେନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।