୬୨ ଛୁଇଁଲା ଆପ୍‌, ଖସୁଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗକୁ ମାଡ଼ି ଚାଲିଛି। ୫୭ରୁ ୫୮ ଆସନରେ ଆଗୁଆ ଥିବା ଆପ୍‌ ଏବେ ୬୦ ଅତିକ୍ରମ କରିଛି। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଆପ୍‌ ୬୨ ଆସନରେ ଆଗୁଆ ଥିବାବେଳେ ବିଜେପି ୧୨ରୁ ୮ ଆସନକୁ ଖସି ଆସିଛି। ପତପରଗଞ୍ଜ ଏବଂ ରାଜିନ୍ଦରନଗର ଆସନରେ ଆପ୍‌ ପ୍ରାର୍ଥୀ ବିଜୟୀ ହୋଇସାରିଛନ୍ତି। ଏହି ଦୁଇ ଆସନରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଛି।

Comments are closed.