ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର : ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ଏବେ କୋର୍ଟଙ୍କ ବିଚାରଧୀନ ରହିଛି। ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି। ତେବେ ଏହାକୁ କଟକ ସ୍ଥାନାନ୍ତର ପାଇଁ ଆବେଦନ କରି ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ କରିଛନ୍ତି। ପୂର୍ବରୁ ବର୍ଷା ସୁପ୍ରିମ କୋର୍ଟ ଯିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଥିଲେ।​‌ ତେଣୁ ମାମଲା କଟକ ସ୍ଥାନାନ୍ତର ଲାଗି ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କିଛିଦିନ ତଳେ ଏହି ପ୍ରସଙ୍ଗକୁ ନେଇ ଉଭୟ ବର୍ଷା ଓ ଅନୁଭବ ସୋସିଆଲ ମିଡ଼ିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିବାକୁ ମିଳିଥିଲା।

Comments are closed.