ରାକେଶ ଶର୍ମାଙ୍କ ବାଇଓପିକରେ ଅମିର

ମୁମ୍ବଇ : ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରାୟ କପୁର ନିକଟରେ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ସାରେ ଜାହାଁ ସେ ଆଚ୍ଛା’ ସମ୍ପର୍କରେ ଅବଗତ କରାଇଛନ୍ତି। ୨ ବର୍ଷ ତଳେ ସେ ଏ ବାବଦରେ ଘୋଷଣା କରିଥିଲେ। କୌଣସି କାରଣରୁ ପ୍ରୋଜେକ୍ଟଟି ଆଗେଇପାରୁନାହିଁ। ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଏହି ବାଇଓପିକ୍‌‌ରେ ମୁଖ୍ୟ ଭୂମିକାରେ ଅମିର ଖାନ୍ ଅଭିନୟ କରିବା ମଧ୍ୟ ସ୍ପଷ୍ଟ ହୋଇସାରିଛି। ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମିର ଖୁବ୍ ଉତ୍ସାହିତ ଥିବାର ପ୍ରକାଶ। ସମୟ ଅଭାବ କାରଣରୁ ଅମିର ଏଯାଏଁ ଚଳଚ୍ଚିତ୍ରର ଡେଟସ୍‌ ସ୍ଥିର କରିପାରୁନାହାନ୍ତି। ଏଣୁ କିଛି ମାସ ତଳେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, ରଣବୀର କପୁର କିମ୍ବା ବିକି କୌଶଲ୍a ମଧ୍ୟ ଅଭିନୟ କରିପାରନ୍ତି ବୋଲି ଶୁଣାଯାଉଥିଲା। ପରବର୍ତ୍ତୀ ସମୟରେ ଅମିର ପୁଣି ସବୁଜ ସଙ୍କେତ ଦେଇଥିବାର ଜଣାପଡ଼ିଛି। ଚଳିତ ବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି।

Comments are closed.