ଅମୀରଙ୍କ ବିରୋଧରେ କୋଭିଡ଼୍‍ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଅମୀର ଖାନ୍‍ଙ୍କ ନାମରେ କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି ଜଣେ ବିଜେପି ବିଧାୟକ। କିଛି ଦିନ ପୂର୍ବେ ଆମୀର ଉତ୍ତରପ୍ରଦେଶର ଗାଜିଆବାଦରେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଢା’ର କିଛି ଦୃଶ୍ୟର ଶୁଟିଂ କରୁଥିଲେ। କିନ୍ତୁ ଗାଜିଆବାଦରେ ତାଙ୍କ ଶୁଟିଂକୁ ନେଇ ଏକ ହଙ୍ଗମା ସୃଷ୍ଟି ହୋଇଛି। କୁହାଯାଉଛି ଯେ ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଅମୀରଙ୍କ ବିରୋଧରେ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି। ବିଧାୟକ ଅମୀରଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଅମୀର ଖାନ୍ ଗାଜିଆବାଦରେ ଥିବା ଖବର ପାଇ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇ ତାଙ୍କୁ ଭେଟିବାକୁ ଆସିଥିଲେ। ଆମୀର ସମସ୍ତ ପ୍ରଶଂସକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ଏହି ସମୟରେ ଆମୀର ଖାନ୍ ମାସ୍କ ପିନ୍ଧି ନ ଥିଲେ ଏବଂ ସେଠାରେ ଉପସ୍ଥିତ ପ୍ରଶଂସକମାନେ ମଧ୍ୟ ମାସ୍କ ପିନ୍ଧି ନ ଥିଲେ। ଏଥିରେ ବିଜେପି ବିଧାୟକ ରାଗିଯାଇ ସିଧାସଳଖ ପୁଲିସ ନିକଟରେ ଅମୀରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

 

Comments are closed.