ବରଯାତ୍ରୀରେ ସାମିଲ ହେବାକୁ ଯାଉଥିଲେ ; ଚାଲିଗଲା ୬ ଜୀବନ

ଅମେଠୀ : ଗୌରୀଗଞ୍ଜ ଥାନା ଅନ୍ତର୍ଗତ ବାବୁଗଞ୍ଜ ସଗରା ଆଶ୍ରମ ନିକଟରେ ବରଯାତ୍ରୀରେ ସାମିଲ ହେବାକୁ ଯାଉଥିବା ଏକ ବୋଲେରୋକୁ ବିଳମ୍ବିତ ରାତିରେ ଦ୍ରୁତି ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ଥିବା ବାପା ପୁଅଙ୍କ ସମେତ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ୪ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ଅମେଠୀ ଥାନା ଅଞ୍ଚଳରେ ବାସ କରୁଥିବା ଉକ୍ତ ବ୍ୟକ୍ତି ବରଯାତ୍ରୀରେ ଯୋଗ ଦେବାକୁ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ତାଙ୍କ ବୋଲେରାକୁ ଧକ୍କା ଦେଇଥିଲା।

Comments are closed.