କଦଳୀ ଆଳୁ ପକୁଡି

ଆବଶ୍ୟକ ସାମଗ୍ରୀ :
ସିଝା ଆଳୁ – ୨ଟି
ବେସନ – ୨କପ
ସିଝା ହୋଇଥିବା କଞ୍ଚା କଦଳୀ – ୧ଟି
କଞ୍ଚା ଲଙ୍କା – ୨ଟି
ମୁଗ ଡାଲି (ପେଷା) – ୨ଚାମଚ
ଧନିଆ ପତ୍ର
ଲୁଣ – ସ୍ବାଦ ଅନୁଯାୟୀ
ତେଲ – ଆବଶ୍ୟକ ଅନୁସାରେ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କଦଳୀକୁ ଭଲ ଭାବେ ଚକଟି ସେଥିରେ ବେସନ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଲୁଣ ପକାଇ ଅଳ୍ପ ପାଣି ଦେଇ ଆଣ ପ୍ରସ୍ତୁତ କରନ୍ତୁ। ସିଝା ହୋଇଥିବା ଆଳୁକୁ ଚକଟି ସେଥିରେ କଟା ହୋଇଥିବା ଲଙ୍କା, ଧନିଆ ପତ୍ର, ପେଷା ହୋଇଥିବା ମୁଗ ଡାଲି ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ଚକଟି ଥିବା ଆଳୁର ମିଶ୍ରଣକୁ ଛୋଟ ଛୋଟ ବଲ ଆକୃତିର କରନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆଣରେ ଆଳୁର ବଲକୁ ବୁଡାଇ ଛାଣନ୍ତୁ। ସେଗୁଡିକ ସୁନେଲୀ ରଙ୍ଗର ହୋଇ ଯିବା ପରେ ତେଲରୁ କାଢି ଏକ ପାତ୍ରରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କଦଳୀ ଆଳୁ ପକୁଡି। ଏହାକୁ ଚଟଣି ସହ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.