କରୋନା କଟକଣା : ବନ୍ଦ ହେବ ଆହାର କେନ୍ଦ୍ର
କେବଳ ହସ୍ପିଟାଲ ପରିସରରେ ଖୋଲା ରହିବ

ଭୁବନେଶ୍ବର : ମହାମାରୀ କରୋନା ପାଇଁର ମୁକାବିଲା କରିବା ପାଇଁ ସତର୍କତା ମୂଳକଭାବେ ରାଜ୍ୟ ସରକାର ରାଜ୍ୟର ଆହାର କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି। କରୋନା ପାଇଁ କେବଳ ଡାକ୍ତରଖାନା ପରିସର କିମ୍ବା ନିକଟରେ ଥିବା ଆହାରକେନ୍ଦ୍ରକୁ ଛାଡି ରାଜ୍ୟରେ ଥିବା ଅନ୍ୟ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବା ପାଇଁ ସମସ୍ତ ଜିଲାପାଳ ଏବଂ ପୌର ପରିଷଦ କମିସନରମାନଙ୍କୁ ଚିଠି ଲେଖଇଛନ୍ତି ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ। ଏହି କଟକଣା ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ପୂର୍ବରୁ କରୋନା ମୁକାବିଲା କରିବା ପାଇଁ ଆହାରକେନ୍ଦ୍ରଗୁଡ଼ିକ ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର। ପୂର୍ବରୁ ଦିନକୁ ଦୁଇ ଥର ଆହାର କେନ୍ଦ୍ରଗୁଡ଼ିକ ଖୋଲା ରହୁଥିଲା। କିନ୍ତୁ କଟକଣା ପରେ ଆହାରକେନ୍ଦ୍ର କେବଳ ଦିନ ବେଳେ ଏହି କେନ୍ଦ୍ର ଖୋଲା ରହୁଥିଲା ଏବଂ ସନ୍ଧ୍ୟାରେ ବନ୍ଦ ରହୁଥିଲା। ବର୍ତ୍ତମାନ ସାରା ରାଜ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ କେବଳ ମେଡିକାଲରେ ଥିବଶ ଆହାର କେନ୍ଦ୍ରକୁ ଛାଡି ଅନ୍ୟ ସମସ୍ତ ଆହାରକେନ୍ଦ୍ର ମାର୍ଚ୍ଚ ୨୯ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।