ରଥକୁ ବିଜେ ଆଜ୍ଞାମାଳ

ପୁରୀ : ନିତୀକାନ୍ତି ଓ ପୂଜାର୍ଚ୍ଚନା ପରେ ବର୍ତ୍ତମାନ ରଥକୁ ବିଜେ ହୋଇଛି ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ରଥ ନିଆଯାଇଛି। ପରମ୍ପରା ଓ ରିତୀନିତୀ ଅନୁଯାୟୀ ତିନି ବାଡରେ ସେବକ ମାନେ ଏହି ଆଜ୍ଞାମାଳ ବିଜେ କରାଇଛନ୍ତି।  ଆଜ୍ଞାମାଳ ବିଜେ କାହାଳୀ ବାଜିବା ପରେ ବିଧି ପରମ୍ପରା ଅନୁଯାୟୀ, ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ କରାଯାଇଥିବା ବେଳେ ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯିବ।

Comments are closed.