ବାଧ୍ୟତାମୂଳକ ହେବ ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଡ୍ରାଇଭିଂ ଲାଇସେନ୍ସକୁ ଆଧାରକାର୍ଡ ସହ ସଂଯୁକ୍ତ କରାଯିବ। ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ବାଧ୍ୟତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ସ ଜାଲିଆତି ହୋଇପାରିବ ନାହିଁ ବୋଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଜାଲିଆତି ରୋକିବା ପାଇଁ ଏହି ବ୍ୟବସ୍ଥା ଜରୁରୀ ହୋଇ ପଡିଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି।
ଦୁର୍ନୀତି ରୋକିବାରେ ଆଧାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆଧାର ବ୍ୟବସ୍ଥାରେ ଡିଜିଟାଲ ପରିଚୟର ବ୍ୟବସ୍ଥା ପ୍ରଚଳନ ଯୋଗୁଁ ସରକାର ୧ଲକ୍ଷ ୪୭ହଜାର ୬୭୭ କୋଟି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଛନ୍ତି।

Comments are closed.