ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୫ ଜୀବନ: ୨ ଗୁରୁତର

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୁରାଦନଗରରେ ରବିବାର ରାତି ପ୍ରାୟ ୨ଟା ୩୦ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଟ୍ରଲିରେ ଯାଉଥିବା ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୨ ଜଣ ଗୁରୁତର ଭବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଗାଜିଆବାଦର ସଞ୍ଜୟ ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ମେରଠ ଓ ସହାରନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସମସ୍ତେ ଶ୍ରମିକ ଥିଲେ ଓ କାମ ସାରି ଘରକୁ ଫେରୁଥିଲେ।
ମୃତକମାନେ ହେଲେ ଦୁର୍ଗେଶ(୨୪), ପ୍ରବେଶ(୨୪), ଅମିତ(୨୫), କୃଷ୍ଣ(୨୬) ଓ ଚନ୍ଦ୍ର(୫୦)। ଅନ୍ୟ ପକ୍ଷରେ ରାହୁଲ ଓ ଜୋନୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Comments are closed.