ସପ୍ତାହେ ହେଲା ଯୁବକ ନିଖୋଜ ଅଭିଯୋଗ 

ବଲାଙ୍ଗିର : ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକରେ ରହୁଥିବା ସତ୍ୟବ୍ରତ କୁମ୍ଭାର ନାମକ ଜଣେ ଯୁବକ ଗତ ୨୨ ତାରିଖ ସକାଳ ୮ଟାରୁ ଘରୁ ବାହାରିବା ପରେ ଆଉ ଘରକୁ ଫେରି ନାହାନ୍ତି। ଏସଂପର୍କରେ ଟାଉନ୍ ଥାନାରେ ତାଙ୍କ ବଡ ଭାଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସତ୍ୟବ୍ରତ(ବଡ)ଙ୍କୁ ଖୋଜାଖୋଜି ଚଳାଉଥିବା କହିଛି। ତେବେ ସପ୍ତାହେ ବିତି ଯାଇଥିଲେ ବି ବଡଙ୍କର କୌଣସି ପତ୍ତା ମିଳି ପାରୁ ନାହିଁ। ତାଙ୍କ ବଡ ଭାଇ ମଧ୍ୟ ବଡଙ୍କର ସାଙ୍ଗମାନଙ୍କୁ ଯୋଗାଯୋଗ କରି ପଚରା ଉଚୁରା କରିଥିଲେ ବି କୌଣସି ଖବର ମିଳୁ ନାହିଁ। ତେଣୁ ସମସ୍ତେ ଏବେ ଚିନ୍ତାରେ ରହିଛନ୍ତି। ବଡ ଫଟୋଗ୍ରାଫିରେ ସଉକ ରଖିଥିବା ବେଳେ ତାଙ୍କର କୌଣସି ମାନସିକ ଦୁଶ୍ଚିନ୍ତା କି ଅସନ୍ତୁଳନ ନଥିଲା। ତେଣୁ ତାଙ୍କ ସଂପର୍କରେ ସୂଚନା ଦେବାକୁ ବଡ ଭାଇ ଅନୁରୋଧ କରିଛନ୍ତି।

Comments are closed.