ଧାନ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଆଡେଣିଗଡ ଗଣେଷ ବଜାର ନିକଟରେ ମଙ୍ଗଳବାର ଏକ ଧାନ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିଥିଲା। ମାତ୍ର ଅଳ୍ପକେ ଡ୍ରାଇଭର ଓ ଖଲାସୀ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ମତେ କଟକ ବଡମ୍ବା ଅଂଚଳରୁ  ଧାନ ବୋଝେଇ ପିକଅପ ଗାଡି ଏହି ଜାତୀୟ ରାଜପଥ ଦେଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଏକ ମିଲକୁ ଆସୁଥିଲା। ସେହି ସମୟରେ ଆଡେଣିଗଡ ଫାଣ୍ଡିଠାରୁ ୨ଶହ ମିଟର ଦୂର ଗଣେଷ ବଜାରରେ ଏକ ବାଇକ ଆରୋହୀଙ୍କୁ ବଂଚାଇବାକୁ ଯାଇ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଧାନ ବୋଝେଇ ଗାଡି ଦୁର୍ଘଟଣାରୁ ବାହାର ଜିଲ୍ଲାରୁ ବୌଦ୍ଧ ଜିଲ୍ଲାକୁ ଧାନ ଅନୁପ୍ରବେଶ କରୁଥିବା ଘଟଣା ସ୍ପଷ୍ଟ ହୋଇଛି। ଏହାର ଖୋଳତାଡ କରିବା ଜରୁରୀ ରହିଛି। ଆଡେଣିଗଡ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ବୌଦ୍ଧ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.