କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ହୃଦରୋଗ ପାଇଁ ସ୍ୱତନ୍ତ୍ର ୱାର୍ଡ଼

ଭୁବନେଶ୍ବର: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏହିକ୍ରମରେ କ୍ୟାପିଟାଲ ହସ୍ପିଟାଲରେ ସାଧାରଣ ଲୋକଙ୍କୁ ହୃଦରୋଗଜନିତ ସମସ୍ତ ଚିକିତ୍ସା ସେବା ଯୋଗେଇ ଦେବା ଲାଗି ସ୍ୱତନ୍ତ୍ର ହୃଦରୋଗ ଚିକିତ୍ସା ୱାର୍ଡ ଖୋଲାଯାଇଛି। ଏହି ୱାର୍ଡରେ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସୋମବାର ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ବଢୁଥିବା ହୃଦରୋଗୀଙ୍କ ସଂଖ୍ୟାକୁ ନଜରରେ ରଖି ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ୱାର୍ଡ ଖୋଲିବା ଫଳରେ ଦିନକୁ ୧୫ ରୁ ୨୦ ହୃଦରୋଗୀଙ୍କ ଅପରେସନ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
ଏହି ସ୍ୱତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ଭାବେ ବେଙ୍ଗାଲୁରୁର ଶ୍ରୀ ସତ୍ୟସାଇ ଇନିଷ୍ଟିଚ୍ୟୁଟ ଅଫ ହାୟର ମେଡିକାଲ ସାଇେନ୍ସସ୍, କାର୍ଡିଆକ୍ ସାଇେନ୍ସସ୍ ବିଭାଗ ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ଦାସ ଯୋଗଦେଇଛନ୍ତି। ହାର୍ଟ ୟୁନିଟ ଖୋଲିବା ପୂର୍ବରୁ ରାଜ୍ୟ ସରକାର ବେଙ୍ଗାଲୁରୁର ଶ୍ରୀ ସତ୍ୟସାଇ ଇନିଷ୍ଟିଚ୍ୟୁଟ ଅଫ ହାୟର ମେଡିକାଲ ସାଇେନ୍ସସ୍, କାର୍ଡିଆକ୍ ସାଇେନ୍ସସ୍ ବିଭାଗ ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ଦାସଙ୍କୁ ଯୋଗଦେବା ପାଇଁ ଅନୁରୋଧ କରିଥିଲେ।

Comments are closed.