ପରମ୍ପରା ଭାଙ୍ଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଥାଇଲାଣ୍ଡ ରାଜକୁମାରୀ

0

ବ୍ୟାଙ୍ଗ୍‌କକ : ପରମ୍ପରା ଭଙ୍ଗ ପୂର୍ବକ ଥାଇଲାଣ୍ଡ ରାଜପରିବାର ସଦସ୍ୟ ପ୍ରତ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ। ଥାଇଲାଣ୍ଡ ରାଜା ମହା ବାଜିରାଲଙ୍ଗ୍‌କର୍ଣ୍ଣଙ୍କ ବଡ଼ ଭଉଣୀ ୬୭ବର୍ଷୀୟା ରାଜକୁମାରୀ ଉବଲରତନ ରାଜକନ୍ୟା ଶିରିବଧନା ବର୍ଣ୍ଣାବତୀ ମାର୍ଚ୍ଚ ୨୪ରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ସେ ଥାଇ ରକ୍ଷା ଚାର୍ଟ ପାର୍ଟିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜକନ୍ୟା ପ୍ରଧାନମନ୍ତ୍ରୀ ଥାକ୍‌ସିନ ସିନାବାତ୍ରାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରିବା ପରେ ରାଜପରିବାର କୌଣସି ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ ନ କରିବାର ପରମ୍ପରା ଭଙ୍ଗ ହେବାକୁ ଯାଉଛି। ୧୯୩୨ରୁ ଥାଇଲାଣ୍ଡରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରଚଳିତ ରହିଛି। ରାଜପରିବାର ପ୍ରତି ଦେଶବାସୀଙ୍କର ପ୍ରଗାଢ଼ ଭକ୍ତି ଓ ଶ୍ରଦ୍ଧା ରହିଛି। ରାଜକନ୍ୟା ରାଜନୀତିକୁ ଲମ୍ପ ଦେବା ପରେ ଆସନ୍ତା ନିର୍ବାଚନରେ ଥାକ୍‌ସିନଙ୍କ ଫିଉ ଥାଇ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି।

Leave A Reply