ଚକ୍ଷୁ ଦାନ କରିବେ ୮୨ ବର୍ଷୀୟା ବୃଦ୍ଧା

ପାଟଣା  : କେନଦୁଝର ଜିଲା ପାଟଣା ବ୍ଲକ୍ ସୀମାନ୍ତ ସଦର ବ୍ଲକ୍ କାଠବାରୀ ପଞ୍ଚାୟତ ଭୋଦବାହାଳି ଗ୍ରାମର ସ୍ବର୍ଗତ ଦୁଲାର ମହାନ୍ତଙ୍କ ୮୨ ବର୍ଷୀୟା ପତ୍ନୀ ବୃଦ୍ଧା ଦୁର ମହାନ୍ତ ପରିଣତ ବୟସରେ ଚକ୍ଷୁ ଦାନ ପାଇଁ ମନ ବଳାଇଛନ୍ତି। ସେ ମୃତ୍ୟୁ ବରଣ କରିବା ପରେ ତାଙ୍କ ଚକ୍ଷୁ ଦୁଇଟି ଯଦି କାହାର ଉପକାରରେ ଲାଗିପାରେ ତାହାଲେ ତାଙ୍କ ଜୀବନ ଧନ୍ୟ ହେବ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଦୁର ମହାନ୍ତ (୮୨) ଏହି ବୟସରେ ମଧ୍ୟ ବିନା ଚଷମାରେ ଖବର କାଗଜର ଅକ୍ଷର ଚିହ୍ନିବା ସହ ନିଜ କାମ କରିପାରୁଛନ୍ତି। କୌଣସି ସଂଗଠନ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତାଙ୍କର ଚକ୍ଷୁ ଦାନ ଆଶାକୁ ସାକାର କରିବାକୁ ସେ ନିବେଦନ କରିଛନ୍ତି।

Comments are closed.