ବାଇକ୍ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପେଟ୍ରୋଲ ପମ୍ପ ନିକଟରେ ରବିବାର ସଂଧ୍ୟାରେ ସାପ୍ତାହିକ ହାଟ ରୁ ବଡଗମ୍ଭାରିଆ ଗ୍ରାମକୁ ଚାଲିଚାଲି ଫେରୁଥିବା ବିରଞ୍ଚି ନାଏକ (୬୦) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ବାଇକ ଧକ୍କା ଦେବାରୁ ସେ ଗୁରୁତର ହୋଇଥିଲେ । ଗୁରୁତର ବିରଞ୍ଚି ଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତକାଲି ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଛି । ଏନେଇ ତାଙ୍କ ପରିବାର ପକ୍ଷରୁ ଆଜି ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Comments are closed.