ସମ୍ବଲପୁରରେ ଆରମ୍ଭ ହେଲା ଆଧୁନିକ ପୁଲିସ କଣ୍ଟ୍ରୋଲ ରୁମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ଆଧୁନିକ କଣ୍ଟ୍ରୋଲ ରୁମକୁ ଡ଼ିଆଇଜି ସତ୍ୟବ୍ରତ ଭୋଇ ଉଦଘାଟନ କରିଛନ୍ତି। ଏହି କଣ୍ଟ୍ରୋଲ ରୁମ ଦିବାରାତ୍ର ଅହରହ କାର୍ଯ୍ୟ କରିବ। ଏହି ବ୍ୟବସ୍ଥାରେ ଭିଏଚଏଫ ପରିଚାଳନା, ୧୦୦ ନମ୍ବରକୁ କଲ, ୧୩ଟି ପିସିଆରର ଗତିବିଧି ନିୟନ୍ତ୍ରଣ ଏବଂ ସିସିଟିଭି କମାଣ୍ଡ ଭଳି ଅତ୍ୟାଧୁନିକ ଯନ୍ତ୍ର ଖଞ୍ଜା ଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳଗୁଡିକରୁ ଭିଡିଓ ଚିତ୍ର ମାଧ୍ୟମରେ ନଜର ରଖାଯିବ ସହ ୧୦୦ ନମ୍ବର ଡାଏଲ କରି ଅସୁବିଧାରେ ପଡିଥିବା ଲୋକମାନେ ତୁରନ୍ତ ସାହାଯ୍ୟ ପାଇପାରିବେ। ଏଣିକି ଗାଡି ଚାଳକମାନଙ୍କୁ ଏବଂ ଅସାମାଜିକ ତଥା ଅପରାଧୀମାନଙ୍କୁ ନିୟନ୍ତ୍ରଣ କରାଯିବାରେ ଏହି କଣ୍ଟ୍ରୋଲ ରୁମ ସହାୟକ ହେବ ବୋଲି ଡ଼ିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୯ଟି ପିସିଆର ଭ୍ୟାନ ସହର ମଧ୍ୟରେ ପାଟ୍ରୋଲିଂ କରିବା ଓ ଅନ୍ୟ ୪ଟି ପିସିଆର ଭ୍ୟାନ ଜାତୀୟ ରାଜପଥ ୪୯ ଓ ୫୫, ରାଜ୍ୟ ରାଜପଥ ୧୫ ଏବଂ ରେଢ଼ାଖୋଲ, ଯୁଯୁମରା, କୁଚିଣ୍ଡା ଓ ଧମା ଅଂଚଳରେ ପାଟ୍ରୋଲିଂ କରିବ।

Comments are closed.