ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ କାର ଡିଲରମାନଙ୍କ ମଧ୍ୟରେ ବୈଠକ ଆୟୋଜିତ

ଭୁବନେଶ୍ୱର: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ କାର ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ସତ୍ୟବାନ ବେହେରାଙ୍କ ବଳିଷ୍ଠ ନେତୃତ୍ୱ ଓ ଉପ- କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୬୫ ଜଣ ଡିଲର ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଭାକର ସାହୁ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ ଏବଂ ଆର୍‌ଏଲ୍‌ପି ମୁଖ୍ୟ ଏଚ୍‌ କେ ପାହି ଏଥିରେ ସହଯୋଗ କରିବା ସହ ଶାଖା ମୁଖ୍ୟମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଡିଲରମାନେ ଉତ୍ତମ ପ୍ରଦର୍ଶନ କରିଥିବା ସହ ସେମାନେ ଆଗକୁ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମାଧ୍ୟମରେ ଆହୁରି ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି ।

Comments are closed.