ଉତ୍ତରପ୍ରଦେଶରେ ୨୦ଶିଶୁ ଓ ମହିଳାଙ୍କୁ ବନ୍ଧକ ରଖିଛି ଦୁର୍ବୃତ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନରୁ ପ୍ରାୟ ୨୦ଜଣ ଶିଶୁ ଓ ମହିଳାଙ୍କୁ ଏକ ଘରେ ବନ୍ଦ କରି ରଖିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଗଲେ ଗୁଳି ଓ ବୋମା ବର୍ଷଣ କରୁଛି। ଏକ ବୋମା ବିସ୍ଫୋରଣରେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଦୁର୍ବୃତ୍ତର ନାମ ସୁଭାଷ। ସେ ଗୁରୁବାର ଅପରାହ୍ନରେ ଝିଅର ଜନ୍ମ ଦିନ ବାହାନାରେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ସବୁ ଶିଶୁ ଦ୍ବିପ୍ରହର ୨ଟା ୩୦ ସୁଦ୍ଧା ଘରେ ପହଞ୍ଚିଥିଲେ । ଏହାପରେ ସେ ଭିତର ପଟୁ କବାଟ ବନ୍ଦ କରିଥିଲା । ପ୍ରାୟ ୪ଟା ୩୦ ମିନିଟ ସମୟରେ ଜଣେ ମହିଳା ନିଜର ପିଲାକୁ ଆଣିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଭିତରେ ପିଲାମାନେ ବନ୍ଧକ ଅବସ୍ଥାରେ ଅଛନ୍ତି ।  ମହିଳା ଜଣଙ୍କ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଅପରାଧୀ ସୁଭାଷ ଆଗରେ ସୁରକ୍ଷାକର୍ମୀ ଉପାୟଶୂନ୍ୟ ହୋଇଥିଲେ । ସେ ଘର ଭିତରୁ ଦେଶୀ ବୋମ ଏବଂ ଦେଶୀ ବନ୍ଧୁକକୁ ଫାଏରିଂ କରିବା ଆରମ୍ଭ କରିଥିଲା ।

Comments are closed.